କୁମାର ପୂର୍ଣ୍ଣିମା ପୁଚିଖେଳ ଗୀତ
କୁଆଁର ପୁନେଇ ଜହ୍ନ ଲୋ ,ଫୁଲ ବଉଳ ବେନି ,କୁମାରୀ ଝିଅଙ୍କ ଅପୂର୍ବ
ଆନନ୍ଦ ,ପୁଚି ଖେଳିବାକୁ ମନ ଲୋ ଫୁଲ ବଉଳ ବେଣୀ.
କରମଙ୍ଗା ଗଛ ଛାଇ ଗୋ,ଫୁଲ ବଉଳ ବେଣୀଖରାବେଳେ ନଈ ପାଣି
ପାଈଁ ଗଲି ,କୃଷ୍ଣଙ୍କୁ ଭେଟିବା ପାଇଁ ଗୋ, ଫୁଲ ବଉଳ ବେଣୀ .
ପୁଚି ଲୋ ପୁଚି ଯା , ଗଭୀର ବିଲ ରେ ଲୁଚି ଯା ,ଗଭୀର ବିଲ ରେ ମଇଁଷି
ଧାନ କିଲି କିଲି ଖାଉଛି .
ଆଡେଇ ଦେ ରେ ଗୌଡଭାଇ ,ବଜେଇ ଦେ ରେ ବଇଁଶୀ .
ଠିଆ ପୁଚି ନାରଙ୍ଗ ,ଗୋଡ ଦୁଇଟା ସାରଙ୍ଗ ,ସାରଙ୍ଗ ବାଡ଼ି ରେ ଯାଇଥିଲି
ତୋଭଉଣୀ ରାଣୀ ଲୋ ,ମୋ ଭାଇଟି ରାଜା
ଅଶ୍ୱିନ ମାସ ପୂର୍ଣ୍ଣିମାକୁ କୁମାର ପୂଣିମା କହନ୍ତି |
ଏହା ହିନ୍ଦୁମାନଙ୍କର ଏକ ବଡ ଉତ୍ସବ |
ଏହା ଆମ ଓଡ଼ିଶାର ସବୁ ଜାତିର ଲୋକ ଏହି ଉତ୍ସବ ପାଳନ କରନ୍ତି |
ଏହି ଉତ୍ସବ ଓଡିଶା ବାହାରେ ପାଳିତ ହେବାର ଦେଖାଯାଏ ନାହିଁ |
ତେଣୁ କୁମାର ପୂଣିମା ଓଡ଼ିଆ ମାନଙ୍କର ନିଜର ପର୍ବ |
0 Comments